Friday, April 10, 2020

କରୋନା

ମହାରାଷ୍ଟ୍ରରେ ଏ ଯାଏଁ ୩୦,୦୦୦ ଟେଷ୍ଟ୍ ହୋଇ ସାରିଲାଣି। ସେଥି ପାଇଁ କୋରୋନା ରୋଗୀଙ୍କ ଚିହ୍ନଟ ସେହି ଭଳି ସଂଖ୍ୟାରେ ଆସୁଛି। (ବର୍ତ୍ତମାନ ସୁଦ୍ଧା ସଂଖ୍ୟା ଅଛି ୧୩୬୪)

ଓଡ଼ିଶାରେ ଏଯାବତ୍ ଟେଷ୍ଟ୍ ହୋଇଛି ୩୨୪୯ ।
ତେଣୁ ସଂଖ୍ୟା ଅଛି ୪୮।

ତେଣୁ ଭାବନ୍ତୁ ନାହିଁ ଯେ, କେଉଁ ରାଜ୍ୟରେ ଅଧିକ, କେଉଁଠି କମ୍ । କିଏ ବେଶୀ ସୁରକ୍ଷିତ କିଏ ନୁହେଁ।
ଏଠି ସମସ୍ତେ ଅସୁରକ୍ଷିତ। କେହି ବେଶୀ କମ୍ ନୁହନ୍ତି । ହୁଏତ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇ ନ ଥିବା ବ୍ୟକ୍ତି ହିଁ ଆପଣଙ୍କ ଆଖପାଖରେ ଅଛନ୍ତି। ଆପଣଙ୍କ ସହ ମିଳାମିଶା କରୁଛନ୍ତି। ଏମିତି ଭାବିଲେ ହିଁ ନିଜେ ସଚେତନ ହୋଇ ପାରିବେ।

ତେଣୁ ସମସ୍ତଙ୍କୁ ବିନୀତ ଅନୁରୋଧ .. 🙏

ସାମାଜିକ ଦୂରତା ରକ୍ଷା କରନ୍ତୁ।
ସ୍ବାସ୍ଥ୍ୟ ସୁରକ୍ଷାର ବିଧିକୁ ପାଳନ କରନ୍ତୁ।
ଘରେ ରୁହନ୍ତୁ। ସୁରକ୍ଷିତ ରୁହନ୍ତୁ।
କୋରୋନାକୁ ବାହାରୁ ଘରକୁ ଆଣନ୍ତୁ ନାହିଁ। 🙏


No comments:

Post a Comment